ଚାଷ ଜମିରେ କାମ କଲା ବେଳେ ବଜ୍ରପାତ, ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | June 30, 2022 IST

ବିନିକା ୩୦।୬ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ଗ୍ରାମରେ ବଜ୍ରାଘାତରେ ଜଣକ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଣ୍ଡାର ଗ୍ରାମର ପଲଉ ଭୁଏ ବୋଲି ଜଣାପଡିଛି l  ଚାଷ କାମ ପାଇଁ  ପଲଉ  ଚାଷ ଜମିରେ କାମ କରୁଥିବା ବେଳେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସେ  ବଜ୍ରାପାତରେ ଆସି ବେହୋସ ହୋଇପଡ଼ିଥଲେ । ଚାଷ ଜମିରେ ଥିବା ଚାଷୀମାନେ  ତୁରନ୍ତ ଏକ ଅଟୋ ଯୋଗେ ବିନିକା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ବିନିକା ଡାକ୍ତରଖାନାରେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଷୀ ପଲଉଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.