ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଫେରାର

Published By : Prameya-News7 Bureau | November 10, 2022 IST

କୁଚିଣ୍ଡା ୧୦।୧୧ : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ସାନଲଙ୍ଗାବାହାଳ ଗାଁର କୁମୁଦିନ କଲୋ ବୋଲି ଜଣାପଡିଛି । ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସାତ ବର୍ଷ ତଳେ ଲଙ୍ଗାବାହାଲ ଗାଁର ସରୋଜ କାଲୋଙ୍କ ସହିତ ବିବାହ ହୋଇଥିଲା । ବିବାହର ଏତେ ବର୍ଷ ପରେ ବି ତାଙ୍କର କୌଣସି ସନ୍ତାନ ନଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ଲାଗିଥାଏ । ସ୍ୱାମୀ ତାଙ୍କ ଚରିତ୍ରକୁ ନେଇ ମଧ୍ୟ ସନ୍ଦେହ କରୁଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ସ୍ୱାମୀ ସରୋଜ କାଲୋ ଏବେ ଯାଏଁ ଫେରାର ଅଛନ୍ତି । କୁମୁଦିନିଙ୍କ ମୃତ୍ୟୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଶାଶୁଘର ଲୋକେ ଆତ୍ମହତ୍ୟା କରିଥିବା କହିଛନ୍ତି । ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.