ସ୍କୁଲ ଯିବା ପାଇଁ ଗାଧୋଉଥିଲେ, କାନ୍ଥ ଭୁଶୁଡି ଚାଲିଗଲା ଜୀବନ

Published By : Prameya-News7 Bureau | August 20, 2022 IST

କୋରାପୁଟ ୨୦।୦୮: କୋରାପୁଟ ପିଏଚ୍‌ଡି କଲୋନିର ନୂଆସାହିରେ ଅଭାବନୀୟ ଘଟଣା। ଘର କାନ୍ଥ ଭୁଶୁଡି ନାବାଳକଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଖବର ଅନୁଯାୟୀ, ସ୍କୁଲ ଯିବାକୁ ଘର ପଛ ପଟେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ହଠାତ୍‌ ଘରର କାନ୍ଥ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୯ ବର୍ଷୀୟ ନାବାଳକ ପ୍ରିୟାଂଶୁ ରାଜଭତ୍ରା । କୋରାପୁଟ ଅଗ୍ନିଶମ ବିଭାଗ ଟିମ ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ପ୍ରବଳ ବର୍ଷା ଯୋଗୁ ଘର କାନ୍ଥ ଭୁଶୁଡି ପଡିଥିବା ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.