ଭୋଜି ଖାଇବା ହେଲା କାଳ, ଅଜଣା ଗାଡି ଧକ୍କାରେ ଚାଲିଗଲା ପ୍ରଶାନ୍ତଙ୍କ ଜୀବନ

Published By : Prameya-News7 Bureau | August 24, 2021 IST

କୋଣାର୍କ ୨୪।୦୮: ବାସୁଦେବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ପ୍ରଶାନ୍ତ ନାୟକ ବୋଲି ଜଣାପଡିଛି । ପୁରୀ ଜିଲ୍ଲା ଗୋପ ଥାନା ଆଳୁଦଣ୍ଡା ପାଟଣା ବାସୁଦେବ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା ।

{"id":500408,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ପ୍ରଶାନ୍ତ ଅସନ୍ତରଙ୍ଗରୁ ଜଣେ ସମ୍ପର୍କୀୟଙ୍କ ଘରୁ ଭୋଜି ଖାଇ ଫେରୁଥିଲେ । ଠିକ୍‌ ଏହି ସମୟରେ ଗୋପ ଥାନା ଆଳୁଦଣ୍ଡା ପାଟଣା ବାସୁଦେବ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ପ୍ରଶାନ୍ତଙ୍କ ସ୍କୁଟି ସହ ଧକ୍କା ଦେଇଥିଲା । ଯାହାଫଳରେ ସେ ରାସ୍ତକଡ଼କୁ ଛିଟିକି ପଡିଥିଲେ । ରାସ୍ତା କଡ଼ରେ ପଡିଥିବା ଦେଖି ଆଳୁଦଣ୍ଡାପାଟଣା ଗ୍ରାମବାସୀ ନୟାହାଟ ଫାଣ୍ଡିକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ଆସିବାରେ ବିଳମ୍ବ ହେବାରୁ  ଗ୍ରାମବାସୀ କାକଟପୁର ,ଭୁବନେଶ୍ୱର ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ।

{"id":500409,"sizeSlug":"full","linkDestination":"none"}

ବିବାଦ ବଢୁଥିବା ଖବର ପାଇଁ ନୟାହାଟ ଫାଣ୍ଡି ଅଧିକାରୀ ଓ ନିମାପଡା SDPO ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ବାସୁଦେବ ମନ୍ଦିର ସିଧା ଏକ  stop ବୋର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତା ରୋକ ଉଠିଥିଲା। ଏପର୍ଯ୍ୟନ୍ତ ଅଜଣା ଗାଡିଟିକୁ ପୋଲିସ ଧରିପାରିନାହିଁ। ଶବକୁ ଜବତ କରି ପୋଲିସ ଚାରିଛକ ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.