ଖୋର୍ଦ୍ଧାରେ ଦୁଇ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ
28/05/2023 at 3:08 PM

ଖୋର୍ଦ୍ଧା ୨୮।୦୫ : ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା । ଦୁଇ ଭାଇଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କୁମାରୀ ଛକରେ ଏହି ହତ୍ୟାକାଣ୍ଡ ଘଟିଛି।
ଖବର ଅନୁଯାୟୀ, ରବିବାର ଦିନ ପୂର୍ବ ବିବାଦକୁ ନେଇ କୁମାରୀ ଛକରେ ଦୁଇ ଭାଇଙ୍କୁ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ଆହତ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା।
ତେବେ ଘଟଣାସ୍ଥଳରେ ସାନଭାଇ ପଞ୍ଚାନନ ରାଉତର ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ ଖୋର୍ଦ୍ଧା ମେଡିକାଲ ପଠାଯାଇଛି। ଏହାସହ ଗୁରୁତର ବଡ଼ଭାଇ ବିକ୍ରମ ରାଉତକୁ ରାଜସୁନାଖଳା ମେଡିକାଲରେ ଭର୍ତ୍ତି କରାଯାଇଛି। ବୋଲଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି।
You Can Read :