କାଳୀ ମନ୍ଦିର ସାମ୍ନାରେ ପଡିଛି ମୃତଦେହ, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | June 14, 2022 IST

ଖଲ୍ଲିକୋଟ ୧୪।୦୬: କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଛତ୍ରପୁର ବିଦ୍ୟାଧର ନଗର ଅଞ୍ଚଳ ବାବୁଲା ବେହେରା ଏବଂ ତାଙ୍କ ନିଜ ଘର ଗଞ୍ଜାମ କାଇଁଚପୁର ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ଆଜି ସକାଳୁ ମନ୍ଦିର ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ପରେ ଛତ୍ରପୁର ଥାନାକୁ ମୃତଦେହ ପଡିଥିବା ନେଇ ଖବର ଦିଆଯାଇଥିଲା । ଘଟଣାର ଖବର ପାଇ ଗଞ୍ଜାମ ଅତିରିକ୍ତ ଏସପି ପି.କେ. ଦଳେଇ, ଏସଡ଼ିପିଓ ଗୌତମ କିଷାନ, ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ତଦନ୍ତ ପାଇ ସାଇଣ୍ଟିଫିକ୍‌ ଟିମ ପହଞ୍ଚି  ଛାନଭିନ ଜାରି ରଖିଛି । ଘଟଣାସ୍ଥଳରେ ପଡ଼ିଥିବା ମଦ ପାଉଚ ଓ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରିଛି ପୋଲିସ |

ତେବେ ମୃତ ଯୁବକ କେବିବି ଏହି ସ୍ଥାନକୁ ଆସୁନଥିବା ବେଳେ କିପରି ଏଠାକୁ ଆସିଛନ୍ତି ତାହାର କାରଣ  ଏବେ ସୁଦ୍ଧା ଜଣାପଡିନାହିଁ ।  ଯୁବକଙ୍କର ମୃତ୍ୟୁ କିପରି ହେଲା, ତାହା ଅସ୍ପଷ୍ଟ ରହିଛି । ପୋଲିସ ସମସ୍ତ ଦିଗକୁ ନେଇ ଖୋଳତାଡ କରୁଛି | ଏହା ହତ୍ୟା ନା ଆଉ କିଛି ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.