ଲଗାଣ ବର୍ଷା ହେଲା କାଳ : କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Published By : Prameya-News7 Bureau | August 20, 2022 IST

କେନ୍ଦୁଝର ୨୦।୦୮: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଏଭଳି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ଟିକରପଡ଼ା ଗାଁର କୁହ୍ମୁଚରଣ ବେହେରା ଓ ତାଙ୍କ ପତ୍ନୀ ଦୂତିକା ବେହେରା ଶୁକ୍ରବାର ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଭୋର ପ୍ରାୟ ୩ଟି ସମୟରେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ହଠାତ୍‌ ଘରର କାନ୍ଥ ଭୁଷୁଡିପଡିଥିଲା । ଯାହାଫଳରେ କାନ୍ଥ ପଡି ସ୍ତ୍ରୀ ଦୂତିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କୁହ୍ମୁଚରଣ ଗୁରୁତର ହୋଇଛନ୍ଚି । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗତ କିଛି ଧରି ଲଗାଣ ବର୍ଷା ଲାଗି କାନ୍ଥ ପଡିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.