କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ, ମାତାଲ ହୋଇ ଘରେ କରୁଥିଲେ ଝଗଡ଼ା

Published By : Prameya-News7 Bureau | May 25, 2022 IST

କେନ୍ଦୁଝର ୨୫।୦୫: କାକାର ଠେଙ୍ଗା ମାଡ଼ରେ ପୁତୁରା ମୃତ । କେନ୍ଦୁଝର ଜିଲ୍ଲା ସଦର ଥାନା ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତାଳପଦା ଗାଁରେ ଯୁବକ ମାତାଲ ହୋଇ ଘରେ ଖରାପ ଭାଷାରେ ଗାଳିଗୁଳଜ କରୁଥିଲେ । ଏହାସହିତ ଘରେ ମଧ୍ୟ ଝଗଡ଼ା କରୁଥିଲେ । ଏହି ସମୟରେ  କାକାଙ୍କ ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକା ଶତ୍ରୁଘ୍ନ ନାଏକଙ୍କୁ ଥାନାରେ ଅଟକ ରଖିଛି ।

ସେପଟେ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । କିଭଳି ପରିସ୍ଥିତିରେ ହତ୍ୟା କରାଗଲା । ସେନେଇ କାରଣ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.