ଲଜ୍‌ରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ଖିଅ ଖୋଜୁଛି ପୋଲିସ

Published By : Prameya-News7 Bureau | August 11, 2021 IST

ଜି.ଉଦୟଗିରି ୧୧।୦୮: ଲଜ୍‌ରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ ଠାବ । କନ୍ଧମାଳ ଜିଲ୍ଲା ରାଇକିଆ ବଜାରରେ ଥିବା ନୀଳ ମାଧବ ଲଜ୍‌ରୁ ମିଳିଛି ମୃତଦେହ । ମୃତକ ସୁବ୍ରତ ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":494141,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଖୋର୍ଦ୍ଧା ଜିଲ୍ଲାର ସୁବ୍ରତ ସାହୁ କନ୍ଧମାଳ ଜିଲ୍ଲାକୁ ଯିବା ଆସିବା କରିଥାନ୍ତି । ପରିବା ବ୍ୟବସାୟୀ ନେଇ ଯିବା ଆସିବା କରନ୍ତି । ତେବେ ଗତ ରାତିରେ ସୁବ୍ରତ କନ୍ଧମାଳ ରାଇକିଆ ବଜାରରେ ଥିବା ନୀଳମାଧବ ରାତିରେ ରହିଥିଲେ । ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିପରି ସୁବ୍ରତଙ୍କ ମୃତ୍ୟୁ ହେଲା, ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେବାର ସୂଚନା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.