ଘରର କାନ୍ଥ ପଡି ଶାଶୁ ମୃତ, ବୋହୂ ଗୁରୁତର : ରାତିରେ ଶୋଇଥିବା ବେଳେ ଘଟିଲା ଅଘଟଣ

Published By : Prameya-News7 Bureau | September 28, 2021 IST

କାମାକ୍ଷାନଗର ୨୮।୦୯: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ତରାଜଙ୍ଗ ଗାଁରେ ଅଭାବନୀୟ ଘଟଣା । କାନ୍ଥ ପଡି ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବୋହୂଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଦୁର୍ବଳ ହୋଇଥିଲା । ଯାହାଫଳରେ ଘରେ ଶୋଇଥିବା ବେଳେ କାନ୍ଥଟି ଶାଶୁ ଓବୋହୂଙ୍କ ଉପରେ ମାଡିବସିଥିଲା । କାନ୍ଥଟି ଭୁଷୁଡିବା ଦ୍ୱାରା ଶାଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇଛନ୍ତି । ବୋହୂ ରୀନା ସାହୁଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ମୃତକ ତରାଜଙ୍ଗ ଗାଁର କଦଳୀ ସାହୁ ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.