କାମାକ୍ଷାନଗର ୧୪।୦୮: କାନ୍ଥ ପଡି ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ସୋଗର ଗାଁର କରବର ସାହିରେ ଏପରି ଅଘଟଣା ଘଟିଛି । ମୃତ ମହିଳାଙ୍କ ନାମ ଶାନ୍ତିଲତା ଭୋଇ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସୋଗର ଗାଁ କରବର ସାହିର ଶାନ୍ତିଲତା ନିଜ ଘରେ ବସିଥିଲେ । ଏହି ସମୟରେ ହଠାତ୍ ଘରର କାନ୍ଥ ପଡିଯାଇଥିଲା । ଯାହାଫଳରେ କାନ୍ଥ ତଳେ ଚାପି ହୋଇଯାଇଥିଲେ । ତୁରନ୍ତ ସ୍ଥାନୀୟଲୋକେ ମହିଳାଙ୍କୁ କାନ୍ଥ ତଳୁ ଉଦ୍ଧାର କରିଥିଲେ । ହେଲେ ସେତେବଳକୁ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା । ସେପଟେ ମହିଳାଙ୍କ ମୃତ୍ୟୁ ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।