ଧାନକଟା ମେସିନ୍‌ ଚଲାଇବାକୁ ଆସିଥିଲେ, ୧୧ କେଭି ବିଦ୍ୟୁତ ତାର ଝଟ୍‌କାରେ ଚାଲିଗଲା ଜୀବନ

Published By : Prameya-News7 Bureau | November 08, 2022 IST

ଜଳେଶ୍ୱର ୦୮।୧୧ : ବିଦ୍ୟୁତ ତାର ଲାଗି ଡ୍ରାଇଭର ମୃତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାଛିମପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ମୃତ ଡ୍ରାଇଭର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆ ଗାଁ ସନାତନ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ହେମନ୍ତ ସିଂଙ୍କ ଧାନକଟା ମେସିନ ଚଳେଇବାକୁ ଆସିଥିଲେ ସନାତନ ସାହୁ । ମଙ୍ଗଳବାର ସକାଳ ସମୟରେ ଏକ ଟ୍ରକରେ ଧାନକଟା ମେସିନକୁ ଲୋଡ଼କରି ଆସୁଥିବା ବେଳେ ଅମ୍ବାଳିଅଠା ଗାଁ ଶିବ ମନ୍ଦିର ନିକଟରେ ଘଟିଲା ଅଘଟଣ । ପାଖରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରଟି ଗାଡିରେ ଲାଗିଯାଇଥିଲା  । ଡ୍ରାଇଭର ସନାତନ ତାରକୁ ବାହାର କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ  । ଏହାପରେ ତୁରନ୍ତ ତାଙ୍କ ସହଯୋଗୀ ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.