ନଦୀରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ
1/04/2023 at 11:59 AM

ଜଳେଶ୍ୱର ୦୧।୦୪ : ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ । ଅଖା ଭିତରେ ବନ୍ଧା ହୋଇଛି ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ବ୍ରିଜ ସୂବର୍ଣ୍ଣରେଖା ନଦୀରୁ ମିଳିଛି ମୃତଦେହ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଏକ ଅଖା ଭିତରେ କିଛି ଭାସୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ବସ୍ତା ପୋଲିସକୁ ଖବର ଦେଇଥିଲେ । ବସ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ବସ୍ତାଟିକୁ ଉଦ୍ଧାର କରିଥିଲେ । ଅଖା ଖୋଲିବା ପରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା ପୋଲିସ ।
ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାପରେ ତାଙ୍କ ମୃତଦେହକୁ ଅଖାରେ ବାନ୍ଧି ନଦୀ ପାଣିରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ମହିଳାଙ୍କୁ ହତ୍ୟା କରାଯାଇଛି ନା ଆଉ କଣ ?