ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପାର୍କିଂ ବେଳେ ହେଲ୍‌ପର ଉପରେ ଚଢିଗଲା ଟ୍ରକ, ଚାଲିଗଲା ରତିକାନ୍ତଙ୍କ ଜୀବନ

25/05/2022 at 2:48 PM

ଜଳେଶ୍ୱର ୨୫।୦୫ : ଟ୍ରକ ଧକ୍କାରେ ହେଲ୍‌ପର ମୃତ୍ୟୁ । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ହେଲ୍‌ପର ଜଣଙ୍କ ରୁପ୍‌ସା ଥାନା ପୋଢାଡିହା ଗାଁର ରତିକାନ୍ତ ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସମ୍ମୁଖରେ ଏକ ଟ୍ରକ ପାର୍କିଙ୍ଗ ହୋଉଥିଲା । ଠିକ୍‌ ଏହି ସମୟରେ ଟ୍ରକର ପଛରେ ଥିବା ହେଲ୍‌ପର ଉପରେ ପଛ ଚକା ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ  ହିଁ ହେଲ୍‌ପରର ମୃତ୍ୟୁ ଘଟିଥିଲା । ସେପଟେ ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି  ।

   Related Posts