ପରିବା ବୋଝେଇ ଅଟୋ ଓ ବାଇକ୍‌ ମୁହାଁମୁହିଁ ଧକ୍କା ; ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | December 15, 2021 IST

ଯାଜପୁର ଟାଉନ ୧୫।୧୨: ପରିବା ବୋଝେଇ ଅଟୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":559854,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଯାଜପୁର ଟାଉନ୍‌ ଠାରୁ କିଛି ଦୂରରେ ଏହି ଦୁର୍ଘଟଣା ଘଟିଛି । ଏକ ପରିବାର ବୋଝେଇ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ମୃତକ ରାଉରତରାପୁର ଗୋପାଳିର ଅନନ୍ତ କୁମାର ନାୟକ ହୋଇଥିବା ବେଳେ ୨ ଗୁରୁତର ପପୁ ଓ ମାନସ ବୋଲି ଜଣାପଡିଛି ।

{"id":559855,"sizeSlug":"full","linkDestination":"none"}

ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଟୋ ଚାଳକ ଫେରାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.