ଟ୍ରଲର ଧକ୍କାରେ ବାଇକ୍ ଚାଳକ ମୃତ, ସ୍ତ୍ରୀଙ୍କୁ ନେଇ ଯାଉଥିଲେ ମେଡିକାଲ
8/09/2022 at 9:42 AM

ଯାଜପୁର ୦୮।୦୯ : ଟ୍ରଲର ଧକ୍କାରେ ବାଇକ୍ ଚାଳକ ମୃତ। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀନଗର ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରେ ଡ୍ରାଇଭରକୁ ଗିରଫ କରିଛି।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ଗାଁର କାଳନ୍ଦୀ ସାହୁ (୫୩) ତାଙ୍କ ପତ୍ନୀଙ୍କୁ ନେଇ କଟକ ହସ୍ପିଟାଲ ଯାଉଥିଲେ। ଏହି ସମୟରେ ତାଙ୍କୁ ଏକ ଟ୍ରଲର ଧକ୍କା ଦେଇଥିଲା। ଯାହାଫଳରେ ଟ୍ରଲର ତଳେ ଚାପି ହୋଇ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ହୋଇଛନ୍ତି । ମହିଳାଙ୍କୁ ଆମ୍ଵୁଲାନ୍ସ ଯୋଗେ ଯାଜପୁର ରୋଡ ସ୍ଥିତ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଟ୍ରଲର ଡ୍ରାଇଭରକୁ ପୋଲିସ ଅଟକ ରଖିଛି।