ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌, ଟଙ୍କା ବୁଡିବା ପରେ ଆତ୍ମହତ୍ୟା କଲେ ଯୁବକ

4/07/2022 at 2:47 PM

ଜଗତସିଂହପୁର ୦୪।୦୭ : ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ । ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧିନ ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ପରିଡା ବୋଲି ଜଣାପଡିଛି । ପରିବାର ଲୋକେ ଦେବେନ୍ଦ୍ରଙ୍କ ଶବଦାହ ପାଇଁ ଗାଁ ମଶାଣୀକୁ ନେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳର ପହଞ୍ଚି ଶବ ଜବତ କରିଛି ।

ଖବର ଅନୁଯାୟୀ,  ଭୁଆଶୁଣି ଗାଁର ଭଗବାନ ପରିଡାଙ୍କ ପୁଅ ଦେବେନ୍ଦ୍ର ଓ ଭଗବାନ ଧାନ ବ୍ୟବସାୟ କରୁଥିଲେ । କିଛି ଦିନ ହେବ ପ୍ରାୟ ୩ଲକ୍ଷ ଟଙ୍କା ଧାନ ବାବଦରେ ଦେବେନ୍ଦ୍ରଙ୍କ ଆକାଉଣ୍ଟକୁ ଆସିଥିଲା । ଦେବେନ୍ଦ୍ର ଅନଲାଇନ ଗେମ ଖେଳି ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ଏହା ଜଣାପଡିବା ପରେ ପରିବାର ଲୋକେ ଦେବେନ୍ଦ୍ରଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି ବୋଲି ପୋଲିସ କହିଛି ।  ପୋଲିସ ପକ୍ଷରୁ ଦେବେନ୍ଦ୍ରଙ୍କ ଶବ ମଶାଣୀରୁ ଜବତ କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

   Related Posts