ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌, ଆରୋହୀ ମୃତ

Published By : Prameya-News7 Bureau | November 24, 2022 IST

ଜଗତସିଂହପୁର ୨୪।୧୧: ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌ । ଜଗତସିଂହପୁର ଜିଲ୍ଲା ମୁଣ୍ଡାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଆରୋହୀ ସ୍ଥାନୀୟ ଖଇରା ଗାଁର ବ୍ରଜେସ ରୋସନ ରାୟ ବୋଲି ଜଣାପଡିଛି ।

ସେପଟେ ଦୁର୍ଘଟଣା ଘଟାଇଥିବା ବସ ଚାଳକ ବସ ସହ ନାଉଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀ ମାନେ ମୁଣ୍ଡାଳ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ସ୍ଥାନୀୟ ବାଲି ଭଉରୀ- ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.