ଗୋଡାଇ ଗୋଡାଇ ମାରିଲେ ମହୁମାଛି, ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | November 20, 2021 IST

ମାର୍ଶାଘାଇ ୨୦।୧୧: କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ଶୀଚନ୍ଦନପୁର ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ପୁନାନନ୍ଦ ସାହୁ। ବୟସ ୪୫ ବର୍ଷ । ପୁନାନନ୍ଦ କୌଣସି କାର୍ଯ୍ୟରେ ଯାଉଥିବା ସମୟରେ ବାଘଡା ମହୁମାଛି ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ ।  ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁନାନନ୍ଦ ଜଣେ ଟାଇଲ୍ସ ମିସ୍ତ୍ରୀ ଭାବେ ବେଶ୍ ଜଣାଶୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.