ପାଦରୁ ଲିଭିନି ଅଳତା, ଲିଭିଗଲା ଜୀବନ ଦୀପ : ଗାଁ ଜଙ୍ଗଲରୁ ମିଳିଲା ବରର ଝୁଲନ୍ତା ମୃତଦେହ
15/03/2023 at 9:13 AM

ଘଟଗାଁ ୧୫।୦୩ : ପାଦରୁ ଲିଭିନି ଅଳତା, ଲିଭିଗଲା ଜୀବନ ଦୀପ : ଗାଁ ଜଙ୍ଗଲରୁ ମିଳିଲା ବରର ଝୁଲନ୍ତା ମୃତଦେହ । ବାହାଘରର ୫ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ଗାଁ ପାଖ ଜଙ୍ଗଲରୁ ମିଳିଛି ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ଯୁବକ ହେଲେ କାଳିମାଟି ଗାଁର ନିର୍ମଳ ସାହୁ ।
ଖବର ଅନୁଯାୟୀ, ନିର୍ମଳ ଗତ ୧୦ ମାର୍ଚ୍ଚରେ ବିବାହ କରିଥିଲେ । ମାର୍ଚ୍ଚ ୧୩ରେ ନିର୍ମଳଙ୍କର ଚତୁର୍ଥୀ ସରିଥିଲା । ହେଲେ ଚତୁର୍ଥୀ ପର ଦିନ ମାନେ ୧୪ ମାର୍ଚ୍ଚ ଦିନ ସକାଳୁ ବଗିଚାକୁ ପିଆଜ ଆଣିବାକୁ ଯାଉଛି ବୋଲି କହିଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା ।
ଶେଷରେ ବୁଧବାର ଦିନ ଗାଁ ପାଖ ଜଙ୍ଗଲରୁ କିଛି ଲୋକେ ମହୁଲ ଗୋଟାଇବାକୁ ଯାଇଥିଲା । ମହୁଲ ଗୋଟାଇବା ବେଳେ ସେମାନେ ନିର୍ମଳଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ନିର୍ମଳ ବେକରେ ନିଜେ ପିନ୍ଧିଥିବା ଲୁଙ୍ଗିକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଏହାପରେ ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।
ତେବେ ନିର୍ମଳ ଆତ୍ମହତ୍ୟା କଲେ ନା ଆଉ କଣ । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଯଦି ବି ଆତ୍ମହତ୍ୟା କରିଥାନ୍ତି । ତେବେ ଏହା ପଛର କାରଣ କ’ଣ ? ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।