ଟାଙ୍ଗୀ ବନଖଣ୍ଡରେ ହାତୀ ଆତଙ୍କ, ଦଳି ମାରିଦେଲା ଜଣଙ୍କୁ

Published By : Prameya-News7 Bureau | February 22, 2020 IST

ଖୋର୍ଦ୍ଧା ୨୨।୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି । ବନଖଣ୍ଡ ଅଞ୍ଚଳର ଲେଣ୍ଡୋ ଗ୍ରାମପଞ୍ଚାୟତ ସାମନ୍ତରାୟପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସାମନ୍ତରାୟପୁର ଗ୍ରାମର ବୀର ରାଉତ । ତାଙ୍କ ବୟସ ୪୨ବର୍ଷ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ବୀର ଘରକୁ ଫେରୁଥିବା ସମୟରେ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବାରୁ ସାଧାରଣରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.