ଉଲୁଣ୍ଡା ରେଞ୍ଚରେ ହାତୀ ପଲଙ୍କ ଉତ୍ପାତ, ଜଣଙ୍କୁ ଦଳି ମାରିଦେଲା ଦନ୍ତା
6/11/2020 at 9:03 AM

ସୋନପୁର ୬।୧୧: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହାତୀପାଉଲ ଗାଁରେ ଜଣଙ୍କୁ ଦଳିଦେଲା ହାତୀ । ମୃତକ ହେଲେ ଉଗ୍ରସେନ ଭୋଇ । ତାଙ୍କ ବୟସ ୫୭ ବର୍ଷ ହେବ ।

ହାତୀପାଉଲ ଗାଁ ଜଙ୍ଗଲରେ କିଛି ଦିନ ହେଲା ହାତୀପଲ ଡେରା ପକାଇଛନ୍ତି । ରାତି ହେଲେ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଗାଁ ଲୋକଙ୍କ ସହ ମିଶି ରାତିରେ ହାତୀ ଘଉଡାଇବାକୁ ଯାଇଥିବା ବେଳେ ହାତୀପଲଙ୍କ ହାବୁଡରେ ପଡିଯାଇଥିଲେ ଉଗ୍ରସେନ । ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ରେଢାଖୋଲ ଜଙ୍ଗଲରୁ ପ୍ରତିବର୍ଷ ହାତୀପଲ ଆସି ଧନଜୀବନ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
Related Posts
ଧକ୍କା ଦେଲା ଅଜଣା ଗାଡି, ମେଡିକାଲରେ ଆଖିବୁଜିଲେ ଯୁବକ
29 May 2023