ଅମାରରୁ ଧାନ କାଢୁଥିବା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | October 01, 2021 IST

ଜଳେଶ୍ବର ୧।୧୦: ଜଳେଶ୍ବର ଥାନା ଆରଆରପୁର ଗାଁରେ ଅଘଟଣ ଘର ଧାନ ଅମାରରୁ ଧାନ କାଢୁଥିବା ବେଳେ ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଗୋପାଳ କୃଷ୍ଣ ସାହୁ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆରଆରପୁର ଗ୍ରାମର ଭାଗବତ ସାହୁଙ୍କ ପୁଅ ଗୋପାଳ କୃଷ୍ଣ ସାହୁ ଶୁକ୍ରବାର ସକାଳ ସମୟରେ ନିଜ ଘର ଧାନ ଅମାରରୁ ଧାନ କାଢୁଥିଲେ । ସେହି ସମୟରେ ଅମାର ପାଖ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘରଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଡାକ୍ତର ସେଠାର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଳେଶ୍ବର ପୋଲିସ ଶବ ଜବତ କରି ଏକ ମୃତ୍ୟୁ ମାମଲା ରୁଜୁ କରିଛି । ଗୋପାଳ କୃଷ୍ଣଙ୍କ ମୃତ୍ୟୁ ଖବର ପାଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.