ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗଲା ଜଣଙ୍କ ଜୀବନ, ବାରହା ଶିକାର ପାଇଁ ବିଛାଯାଇଥିଲା ତାର

Published By : Prameya-News7 Bureau | December 08, 2020 IST

ବ୍ରହ୍ମଗିରି ୮।୧୨: ବ୍ରହ୍ମଗିରିରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧକେରାର ରବି ନାୟକ ।

ସୂଚନାଯୋଗ୍ୟ ଯେ, ରବି ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ବେତଗୋରଡି ଜଙ୍ଗଲରେ ଏକ ବଗିଚାରେ ପରିବାର ସହ ରହୁଥିଲେ । ମଙ୍ଗଳବାର ଫସଲ ଖାଇବାକୁ ଆସିଥିବା ଗାଈକୁ ଘଉଡାଇବା ବେଳେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ବାରହା ଶିକାର ପାଇଁ କିଏ ତାର ବିଛାଇଥିଲା ଏ ପର୍ଯ୍ୟନ୍ତ ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.