ବାଇକ୍ ଉପରେ ଚଢିଗଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର
20/03/2023 at 5:25 PM

କେନ୍ଦୁଝର ୨୦।୩: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ବାଇକ୍ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୨୦ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ବ୍ରିଜ୍ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ବଣୁଆ ରଙ୍ଗମାଟିଆ ସାହିର ମୁକୁନ୍ଦ ମୁଣ୍ଡା ।