ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | December 19, 2020 IST

କରଞ୍ଜିଆ ୧୯।୧୨: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ତାଟ ନିକଟରେ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ଘର କୁସୁମୀ ବ୍ଲକର ବଡମ୍ କୁରାଢ଼ୀ ବୋଲି ଜଣାପଡିଛି । ସେ କୌଣସି କାମରେ ଏକ ବାଇକ୍ ଯୋଗେ କରଞ୍ଜିଆକୁ ଆସୁଥିବା ବେଳେ ପଛ ପଟୁ ଟ୍ରକଟି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

{"id":379567,"sizeSlug":"large","linkDestination":"none"}

ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟଲୋକ ରାସ୍ତାରୋକ କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.