ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସ୍କୁଟିକୁ ପଛପଟୁ ପିଟିଲା କଣ୍ଟେନର, ଚାଳକ ମୃତ

21/08/2021 at 7:27 AM

ଜଳେଶ୍ୱର ୨୧।୦୮: ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ସ୍କୁଟିକୁ ପଛପଟୁ ଧକାଦେଲା ମାଲ ବୋଝେଇ କଣ୍ଟେନର । ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି । ମୃତକ ହେଲେ ଜଳେଶ୍ୱର ନୂଆବଜାର ଅଞ୍ଚଳର ଲକ୍ଷ୍ମୀ ଧର ପାତ୍ର । ଅନ୍ୟପଟେ କଣ୍ଟେନରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରୁକୁରେ ପୋଡି ନଷ୍ଟ ହୋଇଯାଇଛି।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କଲିକତା ଆଡୁ ବାଲେଶ୍ୱର ଆଡକୁ ଆସୁଥିବା ଏକ ମାଲ ବୁଝେଇ କଣ୍ଟେନର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହାଫଳରେ ସ୍କୁଟିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ତେବେ ସ୍କୁଟିରୁ ନିଆଁ ସୃଷ୍ଟି ହୋଇ କୁରୁକୁରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଜଳେଶ୍ୱର ଓ ବସ୍ତା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କୁରକୁରେ ପୋଡି ନଷ୍ଟ ହୋଇଥିଲା ବେଳେ ସ୍କୁଟି ଚାଳକର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

   Related Posts