ହତ୍ୟା କରି ଫିଙ୍ଗିଦେଲେ ! ରେଳଧାରଣାରେ ପଡିଛି ଯୁବକଙ୍କ ମୃତଦେହ

Published By : Prameya-News7 Bureau | December 28, 2022 IST

ଢେଙ୍କାନାଳ ୨୮।୧୨ : ରେଳଧାରଣାରୁ ଯୁବକଙ୍କ ମୃତଦେହ ଠାବ। ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଢେଙ୍କାନାଳ ସହର ବାଜିଚୌକ ନିକଟ ରେଳଧାରଣାରୁ ଠାବ ହୋଇଛି ଯୁବକଙ୍କ ମୃତଦେହ ।

ଖବର ଅନୁଯାୟୀ,  ଢେଙ୍କାନଳ ସହର ବାଜିଚୌକ ନିକଟ ରେଳଧାରଣାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତ ଯୁବକଙ୍କ ମୁଣ୍ଡ ପଛ ପଟେ ଗଭୀର କ୍ଷତ ଚିହ୍ନ ରହିଛି । ତାଙ୍କ ଚପଲ ଓ ପ୍ୟାଣ୍ଟ ନାହିଁ। ତେଣୁ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୁଲିସ କିମ୍ବା ଜିଆରପି ପହଞ୍ଚି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.