ଗୋଠ ଛଡା ଦନ୍ତାର ଉତ୍ପାତ, ଆକ୍ରମଣରେ ନେଲା ଜଣେ ଚାଷୀଙ୍କ ଜୀବନ
25/12/2022 at 1:44 PM

କାମାକ୍ଷାନଗର ୨୫।୧୨ : ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗାଁରେ ଗୋଠ ଛଡା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ସେହି ଗାଁର ରମେଶ ଚନ୍ଦ୍ର ସାହୁ ।

ଖବର ଅନୁଯାୟୀ, ରବିବାର ସକାଳେ ସେ ନିଜ ବାଇକରେ ପୋଖରୀକୁ ମାଛ ଦାନା ନେଇ ଯାଉଥିବା ବେଳେ , କଲଦା ଆମ୍ବପଳାସ ଟାସିରି ରାସ୍ତା ରେ ଏକ ଗୋଠ ଛଡା ଦନ୍ତା ହାତୀ, ସାମ୍ନା ପଟୁ ଆସି ଶୁଣ୍ଢ ରେ ଟେକି କଚାଡି ଦେବା ସହ ଛାତିରେ ମଡ଼ା ପକାଇ ଦେଇଛ ଥିଲା । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ, ପରିବାର ଲୋକ ଗୁରୁତର ଭାବେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।
ସେପଟେ ଗୋଠ ଛଡା ଦନ୍ତା ହାତୀ ଅଂଚଳରେ ଆତଙ୍କିତ ଖେଳାଇ ଥିବା ବେଳେ, ବନ ବିଭାଗ ଉକ୍ତ ହାତୀ ଗତିପଥ ଉପରେ ନଜର ନ ରଖିବା ନେଇ ଅଂଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।