କପିଳାଶ ବାରବାଙ୍ଗରେ ଓଲଟିଲା ଅଟୋ, ଚାଲିଗଲା ଯାତ୍ରୀଙ୍କ ଜୀବନ

Published By : Prameya-News7 Bureau | May 07, 2022 IST

ଢେଙ୍କାନାଳ ୦୭।୦୫ :  କପିଳାଶ ଦର୍ଶନ କରିବାକୁ ଆସିଥିଲେ । ଫେରିବା ରାସ୍ତାରେ ଘଟିଲା ଦୁର୍ଘଟଣା । ଆଉ ଚାଲିଗଲା ଜଣଙ୍କ ଜୀବନ । ଏହାସହିତ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ଜଣଙ୍କ ଅନୁଗୁଳ ତଳମୂଳ ଗାଁର ସୁଜିତ ସିଠ୍‌ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା କପିଳାଶ ବାରବାଙ୍କ ରାସ୍ତା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଅନୁଗୁଳ ତଳମୂଳ ଗାଁରୁ ଏକ ଅଟୋରେ ୧୦ ଜଣ ଯୁବକ କପିଳାଶ ଦର୍ଶନ କରିବାକୁ ଯାଉଥିଲେ । ବାରବାଙ୍କ ରାସ୍ତା ୧୧ ନମ୍ବର ବାଙ୍କରେ ହଠାତ୍‌ ଅଟୋଟି ଭାରସାମ୍ୟ ହରାଇ ପାଚେରୀରେ ଧକ୍କା ହୋଇଥିଲା । ଯାହାଫଳରେ ଅଟୋଟି ଓଲଟିପଡିଥିଲା । ଏଥିରେ ଜଣେ ଯୁବକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛି । ସେପଟେ  ଦୁର୍ଘଟଣା ସଂପର୍କରେ ଖବର ଗଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.