ସୈତାନ ପୁଅର ନାରକୀୟକାଣ୍ଡ, ନୂଆବର୍ଷରେ ନେଲା ବାପାର ଜୀବନ

Published By : Prameya-News7 Bureau | January 02, 2023 IST

ଦେବଗଡ଼ ୦୨।୦୧ :  ରବିବାର ଚାରିଆଡେ ନୂଆ ବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ଚାଲିଥିଲା । ହେଲେ ଦେବଗଡ଼ ଜିଲ୍ଲା କାଉଁସିବାହାଳ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଅର ଛୁରା ଆକ୍ରମଣରେ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ରତ୍ନାକର ପ୍ରଧାନ ବୋଲି ଜଣାପଡିଛି ।   

ରତ୍ନାକର ପୂର୍ବାହ୍ନ ସମୟରେ ଘର ଅଗଣାରେ ଶୋଇଥିଲା । ଏହି ସମୟରେ ତାଙ୍କ ମଝିଆ ପୁଅ ଦୁର୍ଯୋଧନ ପ୍ରଧାନ (୪୦ ବର୍ଷ) ଏକ ଧାରୁଆ ଛୁରୀରେ ବେକ ପଛରୁ ଆକ୍ରମଣ କରିଥିଲା । ବୃଦ୍ଧ ବାପା ଜୀବନ ରକ୍ଷା ପାଇଁ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଗଭୀର ଆଘାର ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଘଟଣା ସମୟରେ ମୃତକଙ୍କ ପରିବାରଲୋକେ ନିକଟ ବାଘମୁଣ୍ଡା ଗାଁକୁ ଜଙ୍ଘାଲିଙ୍ଗା ଯାତ୍ରା ଦେଖିବାକୁ ଯାଇଥିଲେ । ଘରେ କେବଳ ଝିଅ ଉପସ୍ଥିତ ରହିଥିଲେ । ସେ ବି ଘଟଣା ସମୟରେ ଘରେ ରୋଷେଇ କରୁଥିଲେ । ପରେ ବାପାଙ୍କ ପାଟି ଶୁଣି ଦୌଡି ଆସିଥିଲେ ।

ସେପଟେ ଖବର ପାଇ ଦେବଗଡ଼ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ ରକ୍ତ ଲଗା ଛୁରୀକୁ ମଧ୍ୟ ଜବତ କରିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଦୁର୍ଯୋଧନ ମଦ ପିଇ ଘରେ ଗଣ୍ଡଗୋଳ କରନ୍ତି । ଏପିରିକି ତାଙ୍କ ସ୍ତ୍ରୀ ବି ଏବେ ବାପ ଘରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.