ଧକ୍କା ଦେଲା ଅଜଣା ଗାଡି, ବାଇକ ଆରୋହୀ ମୃତ
19/12/2022 at 12:20 PM

ଦେବଗଡ ୧୯।୧୨ : ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ନୂଆଭୁଇଁ ଗାଁରେ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପ୍ରଶାନ୍ତ କିଶାନ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ୪୯ ନମ୍ବର ଜାତୀୟ ରାଜପଥ ନୂଆଭୁଇଁ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡି ଧକ୍କାରେ ୨୪ ବର୍ଷୀୟ ପ୍ରଶାନ୍ତ କିଶାନ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପ୍ରଶାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
Related Posts
ତହସିଲ୍ ଅଫିସ୍ ଆଗରେ ୭ ଦଫା ଦାବିରେ ମତ୍ସ୍ୟଜୀବିଙ୍କ ଧାରଣ
30 January 2023