ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର, ସଂସ୍ପର୍ଶରେ ଆସି ଜଣେ ମୃତ

Published By : Prameya-News7 Bureau | November 08, 2022 IST

ଦେବଗଡ଼ ୦୮।୧୧: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର । ସେହି ତାର ସଂସ୍ପର୍ଶରେ ଆସି ଜଣେ ମୃତ। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ନିଶାବିରା ଗାଁ ନିକଟ ପହିନାଳ କଟା ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ନିଶାବିରା ଗାଁର ଦେବ ସାହୁ (୪୫ ବର୍ଷ) ବୋଲି ଜଣାପଡିଛି।

ଖବର ଅନୁଯାୟୀ, ନିଶାବିରା ଗ୍ରାମର ଦେବ ସାହୁ ସୋମବାର ରାତି ୧୦ଟାରେ ଘରୁ ଯାଇଥିବା ବେଳେ ଆଉ ଫେରିନଥିଲେ। ଘର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ମଙ୍ଗଳବାର ସକାଳୁ କିଛି ଗ୍ରାମବାସୀ ପହିନାଳ କଟା ଜଙ୍ଗଲରେ ଦେବ ସାହୁଙ୍କର ମୃତଦେହ ପଡ଼ିଥିବା ଦେଖି ଖବର ଦେଇଥିଲେ। ମୃତକଙ୍କ ପୁଅ କୁନା ସାହୁ ରିଆମାଳ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଆଇଆଇସି ଲଳିତା ପ୍ରଧାନ ସଦଳବଳେ ଘଟଣାସ୍ଥଳରୁ ମୃତଦେବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଶିକାରୀମାନେ ବିଦ୍ୟୁତ୍ ତାର ନେଇ ଫେରାର୍ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.