ଯୋବ୍ରା ବ୍ୟାରେଜ୍କୁ ଯୁବକଙ୍କ ମୃତଦେହ ଠାବ, ଏବେ ଯାଏଁ ମିଳିନି ପରିଚୟ
25/05/2023 at 11:02 AM

କଟକ ୨୫।୦୫ : ଯୋବ୍ରା ବ୍ୟାରେଜ୍ରୁ ଯୁବକଙ୍କ ମୃତଦେହ ଠାବ । କଟକ ଯୋବ୍ରା ବ୍ୟାରେଜ୍ର ୧୭ ନମ୍ବର ଗେଟ୍ରୁ ଯୁବକଙ୍କ ମୃତଦେହ ଭାସୁଥିବାର ଠାବ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଏକ ମୃତଦେହ ଭାସୁଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ପୋଲିସ ଉଦ୍ଧାର ହୋଇଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛି ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023