LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଲବାହୀ କଣ୍ଟେନର ଧକ୍କାରେ ଜଣଙ୍କର ମୃତ୍ୟୁ, ଗାଡି ସହ ଡ୍ରାଇଭର ଧକ୍କା

24/03/2023 at 5:54 PM

ପୁରୁଷୋତ୍ତମପୁର ୨୪।୩: ଗଞ୍ଜାମ ଜିଲ୍ଲା ପୋଲସରା ସହର ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଏକ ମାଲବାହୀ କଣ୍ଟେନର ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଖଇରଛଟା ଗ୍ରାମର ସତ୍ୟବାଦୀ ଗୌଡ଼ l ସେ ବ୍ୟାଙ୍କ କାମସାରି ନିଜ ଗ୍ରାମ ଅଭିମୁଖେ ଯିବା ସମୟରେ ବୁଗୁଡ଼ାରୁ ବୁଢ଼ାମ୍ବ ଅଭିମୁଖେ ଯାଉଥିବା ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସତ୍ୟବାଦୀଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି l

   Related Posts