ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

Published By : Prameya-News7 Bureau | November 06, 2022 IST

ଚଣ୍ଡିଖୋଲ ୦୬।୧୧ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଚଢେଇଧରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଅବସ୍ଥାରେ ଭାଇକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା କବାଟବନ୍ଧ ଗାଁର ରମେଶ ମହାପାତ୍ର ଓ ତାଙ୍କ ଭଉଣୀ ସ୍ନେହଲତା ମହାପାତ୍ର ଚଣ୍ଡିଖୋଲରୁ ନିଜ ଗାଁକୁ ଆସୁଥିଲେ । ଏହି ସମୟରେ ଚଢେଇଧରା ଛକ ନିକଟରେ ଏକ ଟ୍ରକ ଆସି ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଭଉଣୀ ସ୍ନେହଲତା ମହାପାତ୍ର ଗାଡିରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଭାଇଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.