ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶୁକ୍ରବାରଠୁ ଥିଲେ ନିଖୋଜ

Published By : Prameya-News7 Bureau | October 09, 2022 IST

ଚଣ୍ଡିଖୋଲ ୦୯।୧୦ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଓଲର ଗାଁର ଘଟଣା । ମୃତକଙ୍କ ନାମ ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନ ସମୟରେ ବ୍ୟାଙ୍କକୁ ଯାଉଥିବା କହି ଘରୁ ଆସିଥିଲେ । ହେଲେ ଆଉ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ପରିବାର ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ ତଦନ୍ତ ବେଳେ ଏସାର ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ନାଳ ନିକଟରୁ ଭାଗ୍ୟଧରଙ୍କ ସାଇକେଲ୍‌, ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିନଥିଲା । ପରେ ରବିବାର ଦିନ ଗ୍ରାମବାସୀମାନେ ଭାଗ୍ୟଧରଙ୍କ ଶବ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.