ପୋଖରୀ ହୁଡ଼ାରେ ଖସିଗଲା ଗୋଡ଼, ପାଣିରେ ବୁଡି ଚାଲିଗଲା ସୁଶାନ୍ତଙ୍କ ଜୀବନ

Published By : Prameya-News7 Bureau | August 26, 2021 IST

ଚଣ୍ଡିଖୋଲ ୨୬।୦୮: ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ସୁଶାନ୍ତ ଦେଉରୀ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତରେ ଘଟିଛି ଘଟଣା । ସୁଶାନ୍ତଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ସୁଶାନ୍ତ ନିଜ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ । ତେବେ ସୁଶାନ୍ତ ବହୁ ସମୟ ଧରି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ । ପୋଖରୀ ନିକଟରେ ଖୋଜିବା ବେଳେ ତାଙ୍କ ଚପଲ ପଡିଥିବାର ଦେଖିବାକୁ ମିଳିଥିଲା । ସୁଶାନ୍ତ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକ । ଏନେଇ ଚଣ୍ଡିଖୋଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିବା ପରେ ସୁଶାନ୍ତଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.