ଶୌଚ ହେବାକୁ ଯାଇଥିଲେ, ମୁଣ୍ଡ ବୁଲାଇବାରୁ ପୋଖରୀରେ ପଡିଗଲେ, ଆଉ ତାପରେ…
9/03/2023 at 10:50 AM

ଚାନ୍ଦବାଲି ୦୯।୦୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଡଓସ୍ତିଆ ପଞ୍ଚାୟତ କିମିରିପଡ଼ା ଗାଁରେ ଅଘଟଣ । ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କିମିରପଡ଼ା ଗାଁର ବାନାମ୍ବର ଦାସ ।
ଖବର ଅନୁଯାୟୀ, ବୃଦ୍ଧ ଜଣଙ୍କ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇ ହେବାରୁ ସେ ପୋଖରୀରେ ପଡିଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023