ବେଆଇନ୍ କୋଇଲା ଚାଲାଣକୁ ବିରୋଧ କରୁଥିଲେ, ଗାଡି ଧକ୍କାରେ ଚାଲିଗଲା ଜୀବନ
22/02/2023 at 11:26 AM

ଚାନ୍ଦବାଲି ୨୨।୦୨ : କୋଇଲା ମାଫିଆଙ୍କ ଗାଡି ଧକ୍କାରେ ଜଣେ ମୃତ । ଦୁର୍ଘଟଣାରେ ଉତ୍ୟକ୍ତ ଲୋକେ ଜାଳିଦେଲା ଟ୍ରକ । ମୃତ ବ୍ୟକ୍ତି ବାହାଦଲପୁର ପଞ୍ଚାୟତ କହ୍ନେଇ ବିନ୍ଧା ଗାଁର ଶରତ ବାରିକ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମିଳିଥିବା ଖବର ଅନୁଯାୟୀ, ଶରତ ବେଆଇନ୍ କୋଇଲା କାରବାରକୁ ବିରୋଧ କରୁଥିଲେ । ଯାହାଫଳରେ କୋଇଲା ମାଫିଆମାନେ ଗାଡି ଚଢାଉ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପ୍ରଚୁର କୋଇଲା ଓ ଜେସିବି ମେସିନକୁ ଅଟକ ରଖିଛନ୍ତି ସ୍ଥାନୀୟଲୋକେ । ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।