ବଗିଚାରେ ପାଣି ଦେଉଥିଲେ ଖଗେଶ୍ୱର, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
10/12/2022 at 1:53 PM

ଚାନ୍ଦବାଲି ୧୦।୧୨ : ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଞ୍ଚାୟତ ବ୍ରହ୍ମଟିକି ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଖଗେଶ୍ୱର ବିଶ୍ୱାଳ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଖଗେଶ୍ବର ବିଶ୍ବାଳ ନିଜ ବଗିଚାରେ ଇଲେକ୍ଟ୍ରି ପମ୍ପ ମାଧ୍ୟମରେ ପାଣି ଦେଉଥିଲେ । ଏହି ସମୟରେ ହଠାତ୍ ତାଙ୍କ ଦେହରେ ବିଦ୍ୟୁତ୍ ଝଟ୍କା ଲାଗିଥିଲା । ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ମଧ୍ୟ କରିଛି ।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023