ସାଙ୍ଗମାନଙ୍କ ଶୋଇଥିଲେ ପ୍ରଳୟ, ସକାଳୁ ମିଳିଲା ମୃତଦେହ

Published By : Prameya-News7 Bureau | December 22, 2021 IST

ଚାନ୍ଦବାଲି ୨୨।୧୨: ଚିଙ୍ଗୁଡି ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ନାଳିଛକ ନିକଟରେ ଘଟିଛି ଘଟଣା । ମୃତକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରଳୟ ସାଙ୍ଗମାନଙ୍କ ସହ ଏକ ଘରେ ଶୋଇଥିଲେ । ହେଲେ ସକାଳୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର । ପୁରା ପରିବାର ନିଖୋଜ ପୁଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ୨୪ ଘଣ୍ଟା ପରେ ତାଙ୍କର ମୃତଦେହ ଏକ ଚିଙ୍ଗୁଡି ଫାର୍ମର ଏକ ପଲ୍ଲା ଘରୁ ଠାବ ହୋଇଥିଲା । ଏନେଇ ପରିବାର ଲୋକେ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.