Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଘରୁ ବାହାରୁଥିଲେ ଡିଙ୍ଗର, ଧକ୍କା ଦେଲା କାର୍‌ ; ଦୁର୍ଘଟଣାରେ ଚାଲିଗଲା ଜୀବନ

30/06/2021 at 8:08 AM

ବୌଦ୍ଧ ୩୦।୦୬ : ମର୍ମନ୍ତୁଦ ଦୁର୍ଘଟଣା । କାର୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବୁଟୁପାଲିର ଡିଙ୍ଗର ମେହେର ବୋଲି ଜଣାପଡିଛି । ବୌଦ୍ଧ ଥାନା ବୁଟୁପାଲି ୫୭ନଂ ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା ।  ଦୁର୍ଘଟଣା ପରେ କାର ଡ୍ରଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଖବର ଅନୁଯାୟୀ, ବୁଧବାର  ସକାଳ ପ୍ରାୟ ୭ଟା ସମୟରେ ବୌଦ୍ଧ ପଟୁ ଏକ ଲାଲ ରଙ୍ଗର କାର ଆସୁଥିଲା। ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ନିଜ ଘରୁ ଡିଙ୍ଗର ମେହେର ବାହାରକୁ ବାହାରୁ ଥିବା ସମୟରେ କାରଟି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଅବସ୍ଥାରେ ଡିଙ୍ଗରଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା କାରକୁ ଟ୍ରାକ କରିବାକୁ ଚେଷ୍ଟା କରୁଛି।

   Related Posts