ବାଇକ୍ ଆଗକୁ କୁକୁର ଆସିଯିବାରୁ ଭାରସାମ୍ୟ ହରାଇ ଖସିପଡିଲେ ଚାଳକ, ଚାଲିଗଲା ଜୀବନ

Published By : Prameya-News7 Bureau | December 14, 2021 IST

ଆଠମଲ୍ଲିକ ୧୪।୧୨: ଆଠମଲ୍ଲିକ ଥାନା ମାଧପୁର ଅଞ୍ଚଳରେ ବାଇକ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମାଧପୁରରୁ ମାନେଜେର ରାସ୍ତାରେ ତେଣ୍ଟେଇପାଲି ଗ୍ରାମର ପଞ୍ଚୁ ସେଠୀ ଓ ପଦ୍ମିନୀ ସାହୁ ବାଇକରେ ଯାଉଥିବା ସମୟରେ ଟିଟିରିକଟା ଛକରେ କିଛି କୁକୁର ତାଙ୍କ ବାଇକ୍ ଆଗକୁ ଚାଲି ଆସିଥିଲେ । ଫଳରେ ପଞ୍ଚୁ ସେଠୀ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ରାସ୍ତାରେ ମାଡ ହୋଇଯାଇଥିଲା । ପରେ ପଞ୍ଚୁ ସେଠୀକୁ ଲୋକେ ଉଦ୍ଧାର କରି ମାଧପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.