Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଓଭରବ୍ରିଜ୍‌ ତଳେ ଅଜଣା ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ

20/02/2023 at 9:17 AM

ଭୁବନେଶ୍ୱର ୨୦।୦୨ : ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ସତ୍ୟନଗର ଓଭରବ୍ରିଜ ତଳ ରେଳ ଲାଇନ୍‌ରେ ଏକ ମୃତଦେହ ପଡିଛି । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ସୋମବାର ସକାଳ ୫ଟା ବେଳେ କିଛି ଲୋକ ରେଳ ଲାଇନ୍‌ରେ ଏକ ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତୁରନ୍ତ ଆର୍‌ପିଏଫ୍‌କୁ ଖବର ଦେଇଥିଲା । ଆର୍‌ପିଏଫ୍‌ , ଜିଆରପି, କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି ।ତେବେ ଟ୍ରେନ୍‌ରେ କଟି ମୃତ ଶରୀରର ଦୁଇଟି ଗୋଡ ସଂପୂର୍ଣ୍ଣ ଅଲଗା ହୋଇଯାଇଛି । ଏପିରିକି ପିଠିରେ ଏକ ଗଭୀର କ୍ଷତ ରହିଛି । ପାଖରେ ମୋବାଇଲ୍‌ କଭର ପଡିଛି ।    

ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁର କାରଣ ଆତ୍ମହତ୍ୟା ନା ହତ୍ୟା । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

   Related Posts