ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପ୍ରେମିକ ସହ ଝଗଡ଼ା ପରେ ଓଢଣୀରେ ଝୁଲିପଡିଲେ !

Published By : Prameya-News7 Bureau | November 03, 2022 IST

ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ମୃତ ଯୁବତୀ ହେଲେ ନୟାଗଡ ଅଞ୍ଚଳର ସ୍ନେହଳତା ସ୍ଵାଇଁ । ଉଭୟଙ୍କ ପରିବାର ସହମତିରେ ନିଜ ପ୍ରେମିକ ସହ ବିବାହ ଠିକ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଝଗଡା ପରେ ମୋବାଇଲକୁ ଭାଙ୍ଗିଦେଇଥିଲେ ସ୍ନେହଳତା । ପରେ ରାତିରେ ଓଢଣୀରେ ଝୁଲି ପଡ଼ିଥିଲେ ସ୍ନେହଲତା ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇପାରେ ପୋଲିସ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.