ପଡିଆରେ ପଡିଛି ଅଜଣା ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | September 01, 2022 IST

ଭୁବନେଶ୍ୱର ୦୧।୦୯ : ପଡିଆରେ ପଡିଛି ଅଜଣା ମୃତଦେହ । ରାଜଧାନୀ ଉପକଣ୍ଠ ମଦନପୁର ପଞ୍ଚାୟତର ଜାଗସରାପାଟଣା ପାଖରେ ଥିବା ପଡିଆରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜାଗସରାପାଟଣା ପାଖରେ ଥିବା ଏକ ନିଛାଟିଆ ପଡିଆରେ ଏକ ଅଜଣା ମୃତଦେହ ପଡିଥିବା ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ଇନ୍‌ଫୋ ଭ୍ୟାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏପିରିକି ଘଟଣାସ୍ଥଳରୁ ଏକ ମୋବାଇଲ୍‌  ଓ ସାଇକେଲ୍‌ ମଧ୍ୟ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.