ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଶୌଚ ପାଇଁ ଯାଉଥିଲେ, ମଦ୍ୟପ ଯୁବକଙ୍କ ଗାଡି ଧକ୍କାରେ ଚାଲିଗଲା ଜୀବନ

9/08/2022 at 12:23 PM

ଭୁବନ ୦୯।୦୮: ମଦ୍ୟପ ଯୁବକଙ୍କ ଗାଡି ଧକାରେ ଚାଲିଗଲା ଜଣଙ୍କର ଜୀବନ । ମୃତକଙ୍କ ନାମ ବିଦ୍ୟାଧର ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପୁରୁଷୋତ୍ତମପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବିଦ୍ୟାଧର ସୋମବାର ରାତି ୯ ଘଟିକା ସମୟରେ ଶୌଚ ପାଇଁ ରାସ୍ତା ପାର ହୋଇ ଯାଉଥିଲେ । ଠିକ ଏହି ସମୟରେ ଦୁଇ ମଦ୍ୟପ ଯୁବକ ତାଙ୍କୁ ଗାଡିରେ ଧକା ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ମଦ୍ୟପ ଯୁବକକୁ କାବୁ କରି ଗୁରୁତର ବିଦ୍ୟାଧରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବିଦ୍ୟାଧରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଦୁଇ ମଦ୍ୟପ ଯୁବକଙ୍କୁ ଅଟକ ରଖିଛି ।

   Related Posts