ଗାଡି ଧକ୍କାରେ ଚାଲିଗଲା ଚାଳକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ
15/01/2023 at 3:05 PM

ଭୁବନ ୧୫।୦୧ : ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଓ୍ବାର୍ଡ ନମ୍ବର – ୨ ର ଦାମୋଦର ସାହୁ। କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗାଁଲୋକେ ।
ଖବର ଅନୁଯାୟୀ, ଦାମୋଦର ନିଜ ବାଇକ୍ ରେ କୋହ୍ଲସାହି ପଟୁ ଓଭରବ୍ରିଜ ତଳେ ଯାଉଥିବା ସମୟରେ କାମାକ୍ଷାନଗର ପଟରୁ ଦ୍ରୁତ ଗତିରେ ଆସିଥିବା ଏକଗାଡି ତାଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଭୁବନ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦାମୋଦରଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ମହିଳା ମହାବିଦ୍ୟାଳୟ ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023