ବିଲରୁ ମିଳିଲା କ୍ଷତ ବିକ୍ଷତ ମୃତଦେହ, ମାଛମରାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | August 21, 2022 IST

ଭଞ୍ଜନଗର, ୨୧/୦୮:  ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମlଳ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି l ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଗ୍ରାମର ଦିଲ୍ଲୀ ସ୍ୱାଇଁ l ବିଲରେ କାମ କରିବା ଓ ବେନ୍ଦାରେ ମାଛ ଧରିବାକୁ କେନ୍ଦ୍ର କରି ଗ୍ରାମର ଅନ୍ୟ ଏକ ପରିବାର ଲୋକଙ୍କ ସହ ବଚସା ହୋଇଥିଲା l ଗତକାଲି ଠାରୁ ଦିଲ୍ଲୀ ସ୍ୱାଇଁ ବିଲକୁ ଯିବି କହି ଘରୁ ବାହାରିଥିଲେ । ଘରକୁ ନଫେରିବାରୁ ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ l

ଏପଟେ ପୋଲିସ ଘଟଣାର ତଦନ୍ତ କରିବା ପାଇଁ ଗ୍ରାମକୁ ଆସିବା ସମୟରେ ଗ୍ରାମ ନିକଟରେ ଥିବା ବିଲ ମାଳରେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରିଥିଲା l ନିକଟରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ କରିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ କରିଛି । ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଦିଲ୍ଲୀ ସ୍ୱାଇଁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ଗାଙ୍ଗପୁର ଥାନା ପୋଲିସ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.